ବ୍ରହ୍ମପୁର ଠାରେ ଚଳିତ ମାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣାଞ୍ଚଳ ଗସ୍ତ କରି ସମସ୍ତ ଆଠଗୋଟି ଜିଲ୍ଲାର ଅଭିଯୋଗ ଶୁଣାଣି କରିବେ ।
ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଦେଶକ, ସାଧାରଣ ଅଭିଯୋଗ ତଥା ସ୍ୱତନ୍ତ୍ର ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଓଡିଶା ନିହାର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଏମ୍ ଶ୍ରବଣା ବିବେକ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ରୂପରେଖ କିଭଳି ହେବ ସେହି ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା ।
ରାଜ୍ୟ ସ୍ତରରେ ନଅ ଥର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି ଏବଂ ଦଶମ ଅଭିଯୋଗ ଶୁଣାଣି ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ଆନ୍ତରିକତାର ସହ ସମସ୍ତ ଜନ ସାଧାରଣଙ୍କର ଅଭିଯୋଗ ଶୁଣାଣି କରୁଛନ୍ତି । ଅଭିଯୋଗ ଶୁଣାଣି ପ୍ରକୋଷ୍ଠଟିରେ ମାନବୀୟ ସମ୍ବେଦନା ସହିତ ଅଭିଯୋଗକାରୀଙ୍କର ଅଭିଯୋଗ ଶୁଣାଣି ହେବ ।