ପ୍ରଧାନମନ୍ତ୍ରୀ କହିଛନ୍ତି, ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ କେବଳ ପର୍ଯ୍ୟଟକଙ୍କ ଉପରେ ହୋଇନି, ଆତଙ୍କବାଦୀମାନେ ରାଷ୍ଟ୍ର ମା’ ର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ନିରୀହ ଦେଶବାସୀଙ୍କୁ ନିର୍ଦ୍ଦୟଭାବେ ହତ୍ୟା କରାଯାଇଛି । ଯେଉଁଥିପାଇଁ ପୂରା ଦେଶ ବ୍ୟଥିତ । ସମସ୍ତ ପୀଡିତ ପରିବାରଙ୍କ ଏହି ଦୁଃଖ ଘଡିରେ ପୂରା ଦେଶ ସେମାନଙ୍କ ସହ ରହିଛି । ଆହତଙ୍କ ଚିକିତ୍ସା ଏବେ ବି ଜାରି ରହିଛି । ଆତଙ୍କବାଦୀ ଆକ୍ରମଣରେ କିଏ ନିଜର ପୁଅ ହରାଇଲା, କିଏ ନିଜର ଭାଇ ହରାଇଲା, କିଏ ନିଜର ଜୀବନସାଥୀ ହରାଇଲା । ଦେଶର ବିଭିନ୍ନ ରାଜ୍ୟର ଲୋକେ ଏହି ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି । ଏହି ହମଲା ନିରସ୍ତ୍ର ପର୍ଯ୍ୟଟକଙ୍କ ଉପରେ ହୋଇନାହିଁ ବରଂ ଭାରତର ଆତ୍ମା ଉପରେ ହୋଇଛି ।
ମୋଦୀ ଆଉ ମଧ୍ୟ କହିଛନ୍ତି, ମୁଁ ବହୁତ ସ୍ପଷ୍ଟର ସହ କହିବାକୁ ଚାହୁଁଛି ଯେ, ଯେଉଁମାନେ ଏହି ହମଲା କରିଛନ୍ତି, ସେହି ଆତଙ୍କବାଦୀ ଓ ଏହାର ଷଡଯନ୍ତ୍ର ରଚିଥିବା ଲୋକଙ୍କୁ କଳ୍ପନାଠୁ ବି ବଡ ସଜା ମିଳିବ । ଏବେ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାର ସମୟ ଆସି ଯାଇଛି । ଆମେ ଏମିତି ସଜା ଦେବୁ ଯେ, ଏହି ଲୋକେ କେବେ ଭାବି ନ ଥିବେ ।