
ନିମ୍ନ ଅଦାଲତରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ ତହବୁର ରାଣା ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ଆମେରିକା ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିମ୍ନ ଅଦାଲତ ଏବଂ ଅନେକ ଫେଡେରାଲ କୋର୍ଟରେ ଆଇନଗତ ଲଢ଼େଇରେ ପରାଜିତ ହେବା ପରେ, ତହବୁର ରାଣା ଶେଷ ଥର ପାଇଁ ସାନ୍ ଫ୍ରାନ୍ସିସ୍କୋର ଉତ୍ତର ସର୍କିଟ ପାଇଁ ଆମେରିକାର କୋର୍ଟ ଅଫ୍ ଆପିଲ୍ସର ଦ୍ୱାରସ୍ଥ ହୋଇଥିଲେ। ଭାରତକୁ ପ୍ରତ୍ୟର୍ପଣ ନ କରିବା ପାଇଁ ରାଣାଙ୍କ ପାଇଁ ଏହା ଥିଲା ଶେଷ ଆଇନଗତ ସୁଯୋଗ।
ସୂଚନାଯୋଗ୍ୟ; ତହବୁର ରାଣା, ପାକିସ୍ତାନର ନାଗରିକ । ସେ କାନାଡାରେ ବ୍ୟବସାୟ କରୁଥିବା ଜଣାପଡିଥିଲା। ମୁମ୍ବାଇ ଆକ୍ରମଣରେ ସାମିଲ ଆତଙ୍କବାଦୀଙ୍କ ସହ ତାର ସମ୍ପୃକ୍ତି ପାଇଁ ଚର୍ଚ୍ଚାକୁ ଆସିଥିଲା ତହବୁର ରାଣା। ମୁମ୍ବାଇ ଆକ୍ରମଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲା ତହବୁର।
