Oplus_131072

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୭୭ ପ୍ରକ‌ାର ମୁସଲମାନ ଜାତିଙ୍କୁ ଓବିସି ସଂରକ୍ଷଣ ପ୍ରଦାନ ନିଷ୍ପତ୍ତି ନେଇ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କଠାରୁ ସୋମବାର ଜବାବ ମାଗିଛନ୍ତି। ମେ’ ମାସରେ କୋଲକାତା ହାଇକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଥିଲେ।

ହାଇକୋର୍ଟ ଏହି ସଂରକ୍ଷଣକୁ ବେଆଇନ ଘୋଷଣା କରିଥିଲେ, ଯାହା ବିରୁଦ୍ଧରେ ମମତା ବାନାର୍ଜୀ ସରକାର ସୁପ୍ରିମକୋର୍ଟରେ ପହଞ୍ଚି କହିଥିଲେ ଯେ ଓବିସିରେ ଥିବା ୭୭ ପ୍ରକାର ମୁସଲମାନ ଜାତିଙ୍କୁ ରାଜ୍ୟ ସରକାର ଉପଯୁକ୍ତ ସଂରକ୍ଷଣ ଦେଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ପଚାରିଛନ୍ତି, ସେହି ଜାତିଗୁଡ଼ିକୁ ଓବିସିରେ ଅନ୍ତର୍ଭୁକ୍ତ କରିବାର ଆଧାର କ’ଣ ଥିଲା? ଏହା ଉପରେ କୋର୍ଟ ମମତା ସରକାରଙ୍କଠାରୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ଏକ  ଜୋରଦାର ବିତର୍କ ହୋଇଥିଲା। କୋଲକାତା ହାଇକୋର୍ଟଙ୍କ ମନ୍ତବ୍ୟ ଉପରେ ମମତା ସରକାରଙ୍କ ଆଇନଜୀବୀ ଆପତ୍ତି ଉଠାଇ ହାଇକୋର୍ଟ ନିଜେ ରାଜ୍ୟ ଚଳାଇବାକୁ ଚାହୁଁଛନ୍ତି କି ବୋଲି ପଚାରିଛନ୍ତି। ସରକାରଙ୍କ ଆଇନଜୀବୀ ଇନ୍ଦିରା ଜୟସିଂ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କର ହସ୍ତକ୍ଷେପ ଲୋଡି କହିଥିଲେ ଯେ ଏହି ମାମଲାର ରାୟରେ ହାଇକୋର୍ଟ ନିଜର ସୀମା ଅତିକ୍ରମ କରିଛନ୍ତି।

ସେ କହିଥିଲେ ଯେ ହାଇକୋର୍ଟ କହିଥିଲେ ମୁସଲମାନ ସମ୍ପ୍ରଦାୟକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି ଏବଂ ଏହି ସଂରକ୍ଷଣ ଧର୍ମ ଆଧାରରେ ଦିଆଯାଇଛି।, କିନ୍ତୁ ଆମେ ମଣ୍ଡଳ ଆୟୋଗର ସୁପାରିଶ ଆଧାରରେ ସଂରକ୍ଷଣ ପ୍ରଦାନ କରିଛୁ।

Leave a Reply

Your email address will not be published. Required fields are marked *