Oplus_131072

ରାଜ୍ୟରେ ପନିପରିବା ଓ ପିଆଜ ଦର ବୃଦ୍ଧି ପରେ ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍‌‌, ସୂର୍ଯ୍ୟମୁଖୀ ଓ ସୋୟାବିନ୍‌‌ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ ଉପରେ ପଡ଼ିଛି। ଖୁୁଚୁରା ବଜାରରେ ବିଭିନ୍ନ ପ୍ରକାରର ଖାଇବା ତେଲ ଦରରେ ୨୦ଟଙ୍କା ବୃଦ୍ଧି ପାଇବାରୁ ଏବେ ସୋରିଷ ତଲେ ୧୬୦ଟଙ୍କା ହୋଇଛି। ସେହିପରି ବିଭିନ୍ନ ପ୍ରକାର ସନ ଫ୍ଲାୱାର ତେଲ ପୂର୍ବରୁ ଲିଟର ପିଛା ୧୦୦ରୁ ୧୧୦ଟଙ୍କାରେ ବିକ୍ରିି ହେଉଥିବା ବେଳେ ଏବେ ବିଭିନ୍ନ ସ୍ଥାନରେ ୧୨୦ରୁ ୧୩୦ ଟଙ୍କା ଦାମରେ ବିକ୍ରି ହେଉଛି। ଏହା ଗ୍ରାହକଙ୍କ ଲାଗି ବୋଝ ଉପରେ ଲଳିତା ବିଡା ପାଲଟିଛି।

Leave a Reply

Your email address will not be published. Required fields are marked *