ଯାଜପୁର:ଓନ(୨୮/ଜାନୁଆରୀ ) ମା ଭଗବତୀ ସରସ୍ଵତୀ ପୁଜା କମିଟି ଆନୁକୂଲ୍ୟରେ ମହା ଆଡମ୍ବରରେ ସରସ୍ଵତୀ ପୂଜା ଅନୁଷ୍ଠିତ ହଉଅଛି।୨୩ ଜାନୁୟାରୀ ରୁ ଆରମ୍ଭ ହୋଇଥିବା ମାଙ୍କ ପୂଜା ୧୨ ଫ୍ରେବୃଆରି ପର୍ଯ୍ୟନ୍ତ ଚାଲୁ ରହିବ। ଦୀର୍ଘ ୨୦ ଦିନ ଚାଲୁ ରହୁଥିବା ପୂଜାରେ ସାମୁହିକ ପ୍ରସାଦ ସେବନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ହେଉଛି। ଶିବ ଶଙ୍କର ମହାନ୍ତି ଙ୍କ ସଙ୍କଳ୍ପରେ ଅନୁଷ୍ଠିତ ପୂଜା ରେ କମିଟି ର ସମସ୍ତ ସଦସ୍ୟ ଗ୍ରାମବାସୀ, ଯୁବକ,ଯୁବତୀ, ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ। ଗ୍ରାମର ଭାଇଚାରା ମଜଭୁତ କରିବାରେ ସହାୟକ ହେଉଛି ବୋଲି କମିଟିର ଲୋକ ମାନେ ପ୍ରକାଶ କରିଛନ୍ତି। ଶାନ୍ତି, ସୌହାଦ୍ୟ ଓ ସଦଭାବନା ର ପରିବେଶ ସୃଷ୍ଟି କରି ଏ ନିଆରା ସରସ୍ଵତୀ ପୂଜା ନିଜର ସ୍ଵତନ୍ତ୍ର ପରିଚୟ ବଜାଇ ରଖି ଥିବା ଗ୍ରାମ ବାସୀଙ୍କ ଠାରୁ ଶୁଣିବାକୁ ମିଳିଛି। ଗାଁ ଓ ବାହାରେ ରହୁଥିବା ଯୁବକ ଯୁବତୀ ଙ୍କ ସହ ଭାଗିତରେ ଏହି ପୂଜା ଚାଲୁ ଅଛି। ଏ ସମସ୍ତଙ୍କ ଦୃଷ୍ଟି ରୁ ଏହି ପୂଜାକୁ ସାର୍ବଜନୀନ ସାରସ୍ଵତ ପୂଜା କୁହାଯାଇପାରେ। କମିଟି ର ସଦସ୍ୟ ମାନଙ୍କର ଏହି ସାଧୁ ଉଦ୍ୟମ ନିଶ୍ଚିନ୍ତ ପ୍ରଶଂସନୀୟ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଜିତୁ,କାବୁଲା,ଫୁସୁ,ଟାଇଗର,ସଞ୍ଜୟ,ଦିପୁନା,ପାପୁନି,ବିଭୁ,ବଣ୍ଟି, ଅରୁ,ସୁଶାନ୍ତ, କାଠିଆ,ସୁମନ୍ତ, ବିଟ, ସାନ୍ଧିଆ, ମକରା, ଅଲେଖ, ଟୁଲୁଆ,ଦିପୁ,ଶରତ,ରାହୁଲ, ଶଙ୍କରା,ବଡ଼ପୁଅ, ଚୁଆପୁଆ, ବାଇଆ,କାଳିଆ,ପ୍ରକାଶ,ହେମନ୍ତ, ରନ୍ଥା,ଗୁଡୁ, ପିଣ୍ଟୁ, ଫକିର, ଗୁଡୂ, ରତନି, ଚନ୍ଦୁ,ବାପୁ,ପପୁ,ରମେଶ,ବାବୁ, ଡୁଡୁ,ଲିପୁ,ପପୁ,ପ୍ରକାଶ,ଜଗନ୍, ପପୁନା, ମିଥୁନ, ଡୁଡୁଲୁ, ପିଙ୍କୁନୁ,ପ୍ରତାପ, ଓମ୍ ,ଶୁଭମ୍,ସୁନିଲ,କାଳିଆ,ମିଲ,ଶଙ୍କର,ସତ୍ୟଜିତ,ରାଜା, ଅନିଲ,ସମ୍ଭୂଆ,ଶ୍ରୀତମ, ପପନ୍ ଓ ଅନ୍ୟମାନେ ପରିଚାଳନା କରୁଛନ୍ତି।
