Skip to content

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଡ୍ୟୁଟି ଅଧିକାରୀ (ଓଏସଡି) ହେଲେ କୌଶିକ ପଟ୍ଟନାୟକ । ଓଏଏସ୍ ଅଧିକାରୀ କୌଶିକ ପଟ୍ଟନାୟକଙ୍କୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଓଏସଡି ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ପୂର୍ବରୁ କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ଓଏଏସ ଅଫିସର କୌଶିକ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।କୌଶିକଙ୍କ ସମେତ ୧୮ ଜଣ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ) ଅଧିକାରୀଙ୍କୁ ନୂତନ ନିଯୁକ୍ତି ସହିତ ବଦଳି କରାଯାଇଛି ବୋଲି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂଚନା ଦିଆଯାଇଛି।