ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟ ଏକ ବିଲରେ ଜରୁରୀ ଅବତରଣ କରିଛି ନୌସେନା ହେଲିକପ୍ଟର । ପ୍ରାୟ ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ କରି ଫେରିଯାଇଛି। ପୁରୀରେ ଭାରତୀୟ ନୌସେନା ଦିବସରେ ଭାରତୀୟ ସେନା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଥିବାବେଳେ ଏହା ପୂର୍ବରୁ ଏପରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ହେଲିକପ୍ଟରରେ ୩ଜଣ ନୌସେନା ଅଧିକାରୀ ଥିଲେ । ତେବେ କେଉଁ କାରଣ ପାଇଁ ନୌସେନା ହେଲିକପ୍ଟର ଏଭଳି ଜରୁରୀ ଅବତରଣ କଲା ତାହା ଜଣାପଡି ନାହିଁ ।
ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମର୍ଦ୍ଦା ପଞ୍ଚାୟତର ଅମର୍ଦ୍ଦା ଠାରେ ବିଲରେ ଚାଷୀ ମାନେ ଧାନ ଫସଲ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇବାକୁ ଚେଷ୍ଟା କରୁଛି । ଏକ ଫାଙ୍କା ବିଲରେ ହେଲିକପ୍ଟର ଟି ଅବତରଣ କରିଥିଲା । ପାଇଲଟ୍ ସେଥିରୁ ଓହ୍ଲାଇ ୧୫ରୁ ୨୦ ମିନିଟ୍ ପାଖାପାଖି ଧରି ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରି ଥିଲେ । ଏହାପରେ ପୁଣି ଉଡାଣ ଭରିଥିଲା ଏହି ନୌସେନା ହେଲିକପ୍ଟର । ବିମାନଟି କାହିଁକି ଜରୁରୀ ଅବତରଣ କଲା ତାର କାରଣ ଜଣାପଡ଼ିନାହିଁ ।