ଯାଜପୁର ୨୭/୮(ଓଏନଓ): ଆସନ୍ତା ସେପ୍ଟେମ୍ୱର ୧ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଜେପିର ସଭ୍ୟ ସଂଗ୍ରହ ଆରମ୍ଭ ହେବାକୁ ଥିବା ବେଳେ ଯାଜପୁର ବିଜେପି ଦ୍ଵାରା ବିଭିନ୍ନ ମଣ୍ଡଳରେ ସଭ୍ୟ ସଂଗ୍ରହ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।
ଦଶରଥପୁର ବ୍ଲକର ବିରଜା କ୍ଷେତ୍ର ମଣ୍ଡଳର ସଭ୍ୟ ସଂଗ୍ରହ କର୍ମଶାଳା ତଳିହା ପଞ୍ଚାୟତସ୍ଥିତ ଜାଗୁଳାଇ ମଣ୍ଡପରେ ମଣ୍ଡଳ ସଭାପତି ଶ୍ରୀନିବାସ ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଗୈାତମ ରାୟ ଯୋଗ ଦେଇ ପ୍ରତ୍ୟେକ ଘରୁ କିପରି ସଭ୍ୟ ସଂଗ୍ରହ କରାଯାଇ ପାରିବ ଓ ଟୋଲ ଫ୍ରି ନମ୍ବରରେ କିପରି ସଭ୍ୟ କରାଯିବ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ବୁଝାଇଥିଲେ। ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ପ୍ରଭାରୀ ସୁବାସ ଚନ୍ଦ୍ର ମହାନ୍ତି ଓ ଚନ୍ଦ୍ର ନାରାୟଣ ସାହୁ ଯୋଗ ଦେଇଥିଲେ। ମଣ୍ଡଳର ସମସ୍ତ ପଞ୍ଚାୟତର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମାର୍ଗ ଦର୍ଶନ ନେଇଥିଲେ।
ଅପରାହ୍ନରେ ଭୁବନେଶ୍ବର ପୁର ମଣ୍ଡଳର ସଭ୍ୟ ସଂଗ୍ରହ କର୍ମଶାଳା ନୁରୁଗାଁ କଲ୍ୟାଣ ମଣ୍ଡପରେ ମଣ୍ଡଳ ସଭାପତି ଜିତାମିତ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଗୈାତମ ରାୟ ଯୋଗ ଦେଇ ବ୍ୟାପକ ସଭ୍ୟ ସଂଗ୍ରହ ଉପରେ ଗୁରୁତ୍ବ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ସାଧାରଣ ସଂପାଦକ ସୁଦିପ୍ତ କୁମାର ପଣ୍ଡା, ପ୍ରଦୀପ କୁମାର ଧଳ, ରମାକାନ୍ତ ମିଶ୍ର, ଦେବେନ୍ଦ୍ର ନନ୍ଦ ଯୋଗ ଦେଇଥିଲେ।