ଭାରତୀୟ ଜନତା ପାର୍ଟିର,ଓଡିଶା ପ୍ରଦେଶର ନୂତନ ସଭାପତି ଭାବେ ମାନନୀୟ ଶ୍ରୀ ମନମୋହନ ସାମଲ ପୁନଃନିର୍ବାଚିତ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିବା ସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀ , ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର,ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମାନନୀୟ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନନୀୟା ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପରିଷଦର ସଦସ୍ୟବୃନ୍ଦ, ସାଂସଦ ବୃନ୍ଦ, ବିଧାୟକ ବୃନ୍ଦ ଓ ଦଳର ନେତୃ ମଣ୍ଡଳୀ ମାନଙ୍କ ସହ ଯୋଗଦେଇ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ।
ଏହି ପରିପ୍ରେକ୍ଷୀରେ ଯାଜପୁର ନିର୍ବାଚନ ମଣ୍ଡଳୀର ଶତାଧିକ କାର୍ଯ୍ୟକର୍ତ୍ତା ଗୈାତମ ରାୟଙ୍କ ନେତୃତ୍ୱରେ ସମୟ କାର୍ଯ୍ୟାଳୟ ପାଖରୁ ଶୋଭାଯାତ୍ରାରେ ଆସି ଦଳୀୟ କାର୍ଯ୍ୟାଳୟରେ ମନମୋହନ ସାମଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ମନମୋହନ ଭାଇଙ୍କ ଦୃଢ଼ ନେତୃତ୍ଵ ଏବଂ ସାଙ୍ଗଠନିକ ଦକ୍ଷତା ଆଗାମୀ ଦିନରେ ଦଳକୁ ଆହୁରି ସଂଗଠିତ କରିବା ସହ ରାଜ୍ଯର ବିକାଶରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଗୈାତମ ରାୟ ଗଣମାଧ୍ୟମକୁ କହିଥିଲେ।
ଏହି ଶୋଭାଯାତ୍ରାରେ ସୁରଜ୍ ଲାଲ ସାମଲ, ପ୍ରଦୀପ ଧଳ, ଜିତାମିତ୍ର ଦାସ, ମନ୍ମଥ ବରାଳ, ସୁଦୀପ୍ତ ପଣ୍ଡା, ପ୍ରଶାନ୍ତ ପାଣୀ, ଶ୍ରୀନିବାସ ପରିଡ଼ା, ପତିତପାବନ ମହାନ୍ତି, ସୁନୀଲ ରାଉତ, ପ୍ରମୋଦ ପଣ୍ଡା, ସବ୍ୟସାଚୀ ଦାସ, ଇନ୍ଦ୍ରଜିତ ଦାସଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି ଓ ଛାମୁଆଁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।
