
ସେପଟେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଯାଆନ୍ତୁ। ସର୍ଭେଲାନ୍ସ ଚାଲିଛି, ଯାଜପୁର ଓ ଏସ୍ସିବି ମେଡିକାଲରେ ଟିମ୍ ରହିଛି । ଷ୍ଟେଟ ଲେବୁଲ ଟିମ୍ ମଧ୍ୟ ସବୁ ବେଳେ ସେଠାରେ ରହୁଛି । ଭଦ୍ରକର ସ୍ଥିତି ସେତେ ଗମ୍ଭୀର ନୁହେଁ, କଲେରା ଚିହ୍ନଟ ହୋଇନି ବୋଲି କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ । ଭଦ୍ରକରେ ଝାଡ଼ାବାନ୍ତି ସ୍ଥିତି ନିୟନ୍ତ୍ରଣରେ ରହିଛି । ଚିକିତ୍ସିତ ଆକ୍ରାନ୍ତମାନେ ଘରକୁ ଫେରିଛନ୍ତି ।
ଅନ୍ୟପଟେ ଯାଜପୁର ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସିବ କେନ୍ଦ୍ରୀୟ ଟିମ୍ । ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ଥିତି ଅନୁଧ୍ୟାନ ପାଇଁ ଆସୁଛନ୍ତି । ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନୀଳକଣ୍ଠ ମିଶ୍ର। ଏଥିରେ ICMR, NCDC, WHO ଭଳି ସଂସ୍ଥାର ସଦସ୍ୟ ଟିମ୍ରେ ରହିବେ।
