ରାଜଧାନୀରେ ଦିଲ୍ଲୀ ସିବିଆଇ ଟିମ୍ ଚଢ଼ାଉକୁ ଜୋରଦାର କରିବା ପରେ ବଢ଼ିଲା ଗିରଫ ୩ ଅଭିଯୁକ୍ତମାନଙ୍କ ଅଡ଼ୁଆ । ଆଦିତ୍ୟ ଦେବ ଇନଫ୍ରା ଲି. କନନ କମ୍ପାନୀର ମୁଖ୍ୟ ଅଛନ୍ତି ଦେବଦର ମହାପାତ୍ର । ସୋମବାର ଦିନ ସିବିଆଇ ଟିମ୍ ଗିରଫ ଦେବଦତ୍ତ ମହାପାତ୍ରଙ୍କ ଏଡିଆଇପିଏଲ ଅଫିସ ସିଲ୍ କରିଛି । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ଅଫିସ୍ ସିଲ କରିଛି ତଦନ୍ତକାରୀ ସଂସ୍ଥା । ରିମାଣ୍ଡର ପ୍ରଥମ ଦିନରେ ସିବିଆଇର ଏହି ଆକ୍ସନ ଦେଖିବାକୁ ମିଳିଛି । ଲକର ଖୋଲିବା ପରେ ସିବିଆଇ ହାତରେ ସାଙ୍ଘାତିକ ସୁରାକ । ଲକ୍ଷ ଲକ୍ଷ ଟଙ୍କା ଓ ସୁନା ମିଳିବା ପରେ ଦେବଦତ୍ତ ମହାପାତ୍ରଙ୍କ ଅଫିସ ସିଲ୍ କରିଛି ସିବିଆଇ ।