ଓଡ଼ିଶାର ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମୃଦ୍ଧ କରିବ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।
ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ଏକକାଳୀନ ୩ କୋଟି ଲୋକଙ୍କୁ ଦିଆଯିବ ସ୍ବାସ୍ଥ୍ୟକାର୍ଡ। ଉଭୟ ଆୟୁଷ୍ମାନ ଓ ଗୋପବନ୍ଧୁ ଜନ ଆରୋଗ୍ୟ କାର୍ଡରେ ଚିକିତ୍ସା ସୁବିଧା ପ୍ରଦାନ କରାଯିବ।
ପ୍ରବାସୀ ଓଡ଼ିଆ ମାନେ ମଧ୍ୟ ଉପକୃତ ହେବେ। ସାରା ଦେଶରେ ପାଖାପାଖି ୨୭ ହଜାର ମେଡ଼ିକାଲରେ ସ୍ୱାସ୍ଥ୍ୟ ସେବା ପାଇପାରିବେ ଜନତା ।
ଏକ ସ୍ୱାସ୍ଥ୍ୟ କନକ୍ଳେଭ ରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
