ଭୁବନେଶ୍ବର: ବାତ୍ୟା ‘ଦାନା’ ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି । ଧୀରେ ଧୀରେ ବାତ୍ୟା ଦାନା ସ୍ଥଳଭାଗକୁ ମାଡି ଆସୁଥିବା ବେଳେ ଏହାର ପ୍ରଭାବ ବିଭିନ୍ନ ଜିଲ୍ଲାରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାରେ ଲାଗିଛି । ଏହାସହ ଉପକୂଳ ଜିଲ୍ଲାଗୁଡିକରେ ପବନର ବେଗ ଧିରେ ଧିରେ ବଢ଼ିବାରେ ଲାଗିଛି । ପାରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି

