ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି। ସେ ଆହୁରି କହିଛନ୍ତି ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ। ରାଜ୍ୟରେ ଥିବା ଡ଼୍ୟାମ ସ୍ଥିତି ବର୍ତ୍ତମାନ ସୁଦ୍ଧା ଭଲ ନଥିବା କହିଛନ୍ତି ମୁଖ୍ୟ ଯନ୍ତ୍ରୀ। ହୀରାକୁଦରେ ୬୦୦.୦୫ ଫୁଟ ପାଣି ଅଛି ଯାହା ଗତ ବର୍ଷ ଅପେକ୍ଷା ୧୪ ଫୁଟ ତଳେ ପାଣି ଅଛି। ରେଙ୍ଗାଲିରେ ୪.୬ ପ୍ରତିଶତ ପାଣି ଅଛି ଯାହା ଗତ ବର୍ଷ ୧୪ ପ୍ରତିଶତ ପାଣି ସ୍ତର ଥିଲା। ମାଲକାନଗିରିର ମାଛକୁଣ୍ଡ ଡ଼୍ୟାମରେ କୈାଣସି ଗେଟ୍ ଖୋଲାଯାଇ ନଥିବା ସ୍ପଷ୍ଟ କରିଛନ୍ତି ମୁଖ୍ୟ ଯନ୍ତ୍ରୀ। ମାଛକୁଣ୍ଡ ରେ ୨୭୨୧ ଫୁଟ ପାଣି ଅଛି। ମାଲକାନଗିରିରେ ସ୍ଥିତି ନିୟନ୍ତ୍ରଣ ଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଯନ୍ତ୍ରୀ।

Leave a Reply

Your email address will not be published. Required fields are marked *