ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୪ ଶହ ପାର କରିଛି।  ସୁନ୍ଦରଗଡ଼, ଭୁବନେଶ୍ବର ଓ କଟକରେ ଡେଙ୍ଗୁକୁ ନେଇ ଡ୍ରାଇଭ୍ ମୋଡ଼ରେ ସ୍ୱାସ୍ଥ୍ୟ ବିଭାଗ। ଡେଙ୍ଗୁ ଟେଷ୍ଟିଂକୁ ବଢ଼ାଯାଇଛି। ଗତକାଲି ଦିଲ୍ଲୀରୁ ଏକ ସ୍ବତନ୍ତ୍ର ଟିମ୍ ଗସ୍ତରେ ଆସିବା ସହ ସ୍ବାସ୍ଥ୍ୟ ବିଭାଗ ସହ ଆଲୋଚନା କରିଛନ୍ତି। ସୁନ୍ଦରଗଡ଼ ଓ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ ରହିଛି। ରାଜ୍ୟର ସ୍ଥିତି କିନ୍ତୁ ଗତ ବର୍ଷଠୁ କମ ରହିଛି। ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୪୭୧ ରହିଛି। କେବଳ ସୁନ୍ଦରଗଡ଼ରେ ୭୨୭ ଏବଂ ଖୋର୍ଦ୍ଧାରେ ୫୯୫ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଏହା ସହ କଟକ, ବଲାଙ୍ଗିର ଏବଂ ବାଲେଶ୍ଵରରେ ରୋଗୀଙ୍କ ସଂଖ୍ୟା ଶହେ ଉପରେ ରହିଛି। ସ୍ବାସ୍ଥ୍ୟ ବିଭାଗ ସବୁ ମନିଟରିଂ କରୁଛି। ଡେଙ୍ଗୁ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର।

Leave a Reply

Your email address will not be published. Required fields are marked *