
ରାଜ୍ୟସଭାରେ ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବାବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିବା ବେଳେ ୱକଫ୍ ସଂଶୋଧନ ବିଲ ସପକ୍ଷରେ ଭୋଟ୍ ଦେଇଛି ବିଜୁ ଜନତା ଦଳ। ଏ ନେଇ ସୂଚନା ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ସସ୍ମିତ ପାତ୍ର । ସେହିପରି ଦଳର ଅନ୍ୟ କିଛି ସାଂସଦ ମଧ୍ୟ ବିଲ୍ ସପକ୍ଷରେ ମତଦାନ କରିଥିବା ଜଣାପଡିଛି ।
ପୂର୍ବରୁ ଏହି ବିଲ୍ କୁ ଦଳ ବିରୋଧ କରିବ ବୋଲି ଘୋଷଣା କରିଥିଲା। ସସ୍ମିତ ପାତ୍ର ଏହି ବିଲରେ ଅନେକ ସଂଶୋଧନର ଆବଶ୍ୟକତା ଥିବା କହିଥିଲେ । କିଛିଟା ପ୍ରାବଧାନ ଉଚିତ ନୁହେଁ ଏବଂ ଏହା ଅଳ୍ପ ସଂଖ୍ୟଙ୍କ ସପକ୍ଷରେ ନୁହେଁ ବୋଲି ସେ ମତ ରଖିଥିଲେ । ସେହିପରି ସାଂସଦ ମୁନ୍ନା ଖାଁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ । କିନ୍ତୁ କିନ୍ତୁ ପରବର୍ତ୍ତି ସମୟରେ ଦଳର ଆଭିମୁଖ୍ୟରେ ପରିବର୍ତ୍ତନ ଘଟିଥିଲା। ସସ୍ମିତ ପାତ୍ର ପୁଣି ଏକ୍ସରେ ସୂଚନା ଦେଇଥିଲେ ଯେ ସମସ୍ତ ସଦସ୍ୟ ନିଜ ବିବେକ ଅନୁଯାୟୀ ମତ ଦେଇ ପାରିବେ ଏବଂ ଦଳ କୌଣସି ହ୍ୱିପ ଜାରି କରି ନାହିଁ ।
