Oplus_131072

ରାଜ୍ୟ କଂଗ୍ରେସର ସଙ୍ଗଠନର ପୁନର୍ଗଠନ ପ୍ରସ୍ତୁତି ଆରମ୍ଭ କରିଛି ଏଆଇସିସି। ଏଥିପାଇଁ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶାରେ ଅନୁଧ୍ୟାନ ସହ ରିପୋର୍ଟ ଦେବାକୁ ଏଆଇସିସି ନିର୍ଦ୍ଦେଶ ଦେଇଛି । ଶ୍ରୀ ଦାସ ରାଜ୍ୟର କଂଗ୍ରେସ ନେତାମାନଙ୍କ ସହ ଆଲୋଚନା କରି ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପରେ ସାଙ୍ଗଠନିକ ପୁନର୍ଗଠନ ହେବ ବୋଲି ସୂଚନା ମିଳିଛି । ନିଜେ ଶ୍ରୀ ମହନ୍ତ ମଧ୍ୟ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନରେ ପ୍ରଚଣ୍ଡ ପରାଜୟ ପରେ ଏଆଇସିସି ପିସିସିର ସମସ୍ତ କମିଟିକୁ ଭାଙ୍ଗି ଦେଇଛି। ଓଡ଼ିଶା କଂଗ୍ରେସକୁ ଆଗକୁ ନେବା ପାଇଁ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ହେଲେ ଷ୍ଟିୟରିଂ କମିଟିର କାର୍ଯ୍ୟ ସେମିତି ପ୍ରଭାବୀ ହୋଇ ପାରି ନାହିଁ। ଓଡ଼ିଶା ପ୍ରଭାରୀ ତଥା ଷ୍ଟିୟରିଂ କମିଟି ମୁଖ୍ୟ ଡଃ ଅଜୟ କୁମାର ଝାଡ଼ଖଣ୍ଡ ନିର୍ବାଚନ ପାଇଁ ବ୍ୟସ୍ତ ରହିଛନ୍ତି। ତେଣୁ ଦୀର୍ଘ ଦିନ ହେବ ରାଜ୍ୟ କଂଗ୍ରେସ ନେତୃତ୍ୱହୀନ ଭାବେ ରହିଥିବାରୁ ତୁରନ୍ତ ରାଜ୍ୟ କଂଗ୍ରେସକୁ ନୂଆ ନେତୃତ୍ୱ ଦେବା ପାଇଁ ଏଆଇସିସି ଚରଣ ଦାସ ମହନ୍ତଙ୍କୁ ନିଯୁକ୍ତି ଦେଇଥିବା କୁହାଯାଉଛି। ସେ ଖୁବ୍‌ଶୀଘ୍ର ଓଡ଼ିଶା ଆସି କଂଗ୍ରେସର ବିଭିନ୍ନ ନେତାଙ୍କ ସହ ଆଲୋଚନା କରିବେ ଓ ନେତୃତ୍ୱ ଏବଂ ସଂଗଠନ ବିଷୟରେ ରିପୋର୍ଟ ପ୍ରସ୍ତୁତ କରିବେ । ଏହି କାର୍ଯ୍ୟରେ ସେ ଗତ ସାଧାରଣ ନିର୍ବାଚନ ବେଳେ ଓଡ଼ିଶା ପାଇଁ ନିର୍ବାଚନ ପ୍ରଭାରୀ ଥିବା ମିନାକ୍ଷୀ ନଟରାଜନଙ୍କ ସହ ଯୋଗସୂତ୍ର ରକ୍ଷାକରି କାର୍ଯ୍ୟ କରିବାକୁ ଏଆଇସିସି କହିଛି ।

Leave a Reply

Your email address will not be published. Required fields are marked *