ରୁଚି କମ୍ପାନୀର ପ୍ରତିଷ୍ଠାତା ଶିଳ୍ପପତି ଶରତ କୁ ସାହୁ (୭୫)ଙ୍କ ପରଲୋକ। ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ରୁଚି ବ୍ରାଣ୍ଡ କମ୍ପାନୀର ଓଏଫଏମଏଲର ଏମଡି ଶରତ ସାହୁ ଥିଲେ।
୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ ଶରତ । ସେ ସ୍ୱର୍ଗତ ବନମାଳି ସାହୁ ଓ ମଇନା ଦେବୀଙ୍କ ପୁଅ । ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି।୭ ଦେଶକୁ ରୁଚି ଉତ୍ପାଦ ରତ୍ପାନୀ ହେଉଛି।
