ବିଞ୍ଝାରପୁର ବ୍ଲକ ଅଧିନସ୍ଥ ଶାସନ୍ଦା ପଞ୍ଚାୟତରେ ବ୍ଲକ ପ୍ରଶାସନ ତରଫରୁ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଅଛି।ଏହି ଶିବିରରେ ପଞ୍ଚାୟତ ବାସୀଙ୍କ ଅଭିଯୋଗ ଶୁଣିବା ପାଇଁ ବିଡ଼ିଓ ଦ୍ଵିବେନ୍ଦୁ କୁମାର ଦାସ, ବିଞ୍ଝାରପୁର ତହସିଲଦାର, ଥାନାଧିକାରୀ ବିଞ୍ଝାରପୁର ପୋଲିସ ଷ୍ଟେସନ, ସିଡିପିଓ ଆଦି ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ। ସମୁଦାୟ ୪୧ ଜଣ ନିଜର ଅଭିଯୋଗ ଶୁଣାଇଥିଲେ।

ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ କାମଦେବ ଧଳ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ଦାସ ପରିଚାଳନା କରିଥିଲେ।

ବ୍ଲକ ପ୍ରଶାସନ ତରଫରୁ ପ୍ରଥମ କରି ଆରମ୍ଭ କରାଯାଇଥିବା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶାସନ୍ଦା ପଞ୍ଚାୟତରେ ସଫଳଆୟୋଜନ କରାଯାଇଥିଲା। ବିଡିଓଙ୍କ ଏହି ସମୂଚିତ ପଦକ୍ଷେପକୁ ପଞ୍ଚାୟତ ବାସୀ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *