ସଂସଦରେ ଘଟିଥିବା ଠେଲାପେଲା ଘଟଣାର ଯାଞ୍ଚ ଏବଂ ତଦନ୍ତ କରିବ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ। ଏ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ପକ୍ଷରୁ ସଂସଦ ମାର୍ଗ ଥାନାରେ ଏତଲା ଦିଆଯାଇଥିଲା। ଉଭୟ ଅଭିଯୋଗ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ପୁଲିସ ପକ୍ଷରୁ ଏହାର ତଦନ୍ତ ଦାୟିତ୍ଵ ଶୁକ୍ରବାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ କୁହାଯାଇଛି।

ଗତ ଗୁରୁବାର ଦିଲ୍ଲୀ ପୁଲିସ ପକ୍ଷରୁ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ଏତଲା ରୁଜୁ କରାଯାଇଥିଲା। ବିଜେପି ପକ୍ଷରୁ ଏହି ଏତଲା ଦିଆଯାଇଥିଲା। ରାହୁଲଙ୍କ ବିରୋଧରେ ଠେଲାପେଲା ପାଇଁ ପ୍ରବର୍ତ୍ତାଇବା ଏବଂ ଶାରିରୀକ ଭାବେ ଆକ୍ରମଣ କରିବା ନେଇ ଏତଲାରେ ଅଭିଯୋଗ କରାଯାଇଥିଲା।

Leave a Reply

Your email address will not be published. Required fields are marked *