ସ୍ବାଭାବିକ ହୋଇପାରୁନାହିଁ ଆମ୍ବୁଲାନ୍ସ କର୍ମଚାରୀଙ୍କ ଆନ୍ଦୋଳନ । ସପ୍ତାହେ ହେଲା ରାଜ୍ୟରେ ବନ୍ଦ ରହିଛି ୧୦୮ ଜନନୀ ଆମ୍ବୁଲାନ୍ସ ସେବା । ଗତ ୧୦ ତାରିଖରୁ ରାଜ୍ୟବ୍ୟାପୀ ୪୦୦ରୁ ଅଧିକ ଜନନୀ ଆମ୍ବୁଲାନ୍ସ ସେବା ବନ୍ଦ ରଖିଛନ୍ତି ଆମ୍ବୁଲାନ୍ସ ମାଲିକ ।

 

ବିଭିନ୍ନ ଦାବି ନେଇ ୧୦୮ ଜନନୀ ଆମ୍ବୁଲାନ୍ସ ସେବା ବନ୍ଦ ରହିଛି ସେଗୁଡିକ ହେଲା ଚାକିରିରୁ ବାହାର କରାଯାଇଥିବା ୯୪ ଜଣଙ୍କୁ ପୁନଃ ନିଯୁକ୍ତି । ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗ୍ରାଚ୍ୟୁଇଟି ସହ ୧ ରୁ ୫ ତାରିଖ ଭିତରେ ଦରମା ସହ ୧୨ଘଣ୍ଟା କାମ କଲେ ୧୨ ଘଣ୍ଟାର ପ୍ରାପ୍ୟ ଓ କର୍ମଚାରୀ ମୃତ୍ୟୁ ହେଲେ ଇନ୍ସସ୍ୟୁରାନ୍ସ ।

 

ସେପଟେ କର୍ମଚାରୀଙ୍କ ଧର୍ମଘଟ ଯୋଗୁଁ ରାଜ୍ୟବ୍ୟାପୀ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଇଥିଲେ ରୋଗୀ ।

Leave a Reply

Your email address will not be published. Required fields are marked *