ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଭୁବନେଶ୍ୱର ବିମାନବନ୍ଦରକୁ ସ୍ୱତନ୍ତ୍ର ବିମାନ ଯୋଗେ ଆସି ବିମାନବନ୍ଦର ନିକଟରେ ଆୟୋଜିତ ହୋଇଥିବା ଏକ ସଭାରେ ଯୋଗ ଦେଇଥିଲେ । ତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର କାରକେଡ ଓ ସୁରକ୍ଷା ବଳୟ ମଧ୍ୟରେ ରାଜଭବନ ଯାଇଥିଲେ । ରାଜଭବନରେ କିଛି ସମୟ ରହିବା ପରେ ରାଜଭବନରୁ ବାହାରି ବିଜେପି ଅଫିସ୍ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ସେଠାରେ ୨ ଘଣ୍ଟା ରହି ସମୀକ୍ଷା କରିଛନ୍ତି । ଏହା ସହ ପାର୍ଟି ଅଫିସ୍ରେ ପ୍ରଧାନମନ୍ତ୍ରୀ ରାତ୍ରି ଭୋଜନ କରିବେ ବୋଲି ସୂଚନା ମିଳିଛି।
ରାଜ୍ୟ ବିଜେପି ଅଫିସ୍ରେ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ମଧ୍ୟ ଉପସ୍ଥିତି ରହିଛନ୍ତି । ରାଜଧାନୀ ତଥା ବିଜେପି କାର୍ଯ୍ୟାଳୟରେ ନିରାପତ୍ତା ପାଇଁ ବ୍ୟାପକ ସୁରକ୍ଷା କରାଯାଇଛି ।