ସର୍ଭେ ପରେ ଏହି ୨୦୦ ଫୁଟିଆ ରାସ୍ତା ଦ୍ବାରା ୫୨୧ ପରିବାର ପ୍ରଭାବିତ ହେବେ ବୋଲି ଜଣାପଡିଥିଲା । ତେଣୁ ସେମାନଙ୍କୁ ଥଇଥାନ କରାଯିବା ନେଇ ବ୍ୟବସ୍ଥା ହୋଇଛି । ପର୍ଯ୍ୟାୟକ୍ରମେ ସେମାନଙ୍କୁ ବୁଦ୍ଧ ବିହାର ଆବାସରେ ନିର୍ମାଣ ସରିଥିବା ଘରଗୁଡ଼ିକ ଆବଣ୍ଟନ କରାଯିବ । ହାତିଆସୁଣୀ ପଡ଼ିଆ ନିକଟ ବସ୍ତିବାସିନ୍ଦାଙ୍କୁ ପ୍ରଥମେ ବୁଦ୍ଧବିହାରକୁ ଯିବେ ।
ଅନ୍ୟପଟେ ବୁଦ୍ଧବିହାରରେ ପ୍ରାୟ ୮୦୦ ପରିବାର ରହିବାକୁ ଘରଗୁଡ଼ିକ ପ୍ରସ୍ତୁତ ହୋଇସାରିଛି । ବିଭିନ୍ନ ବ୍ଲକକୁ ରାସ୍ତା ନିର୍ମାଣ ସହ ଆପାର୍ଟମେଣ୍ଟକୁ ପାନୀୟ ଜଳ ଓ ବିଜୁଳି ସଂଯୋଗ ହୋଇଛି । ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଆସନ୍ତା ମାସକ ମଧ୍ୟରେ ଶେଷ କରି ରାସ୍ତା କାମ ଆଗେଇ ନେବାକୁ ଲକ୍ଷ୍ୟ ରଖାଯାଇଛି