
ସର୍ବୋଚ୍ଚ ଅଦାଲତଙ୍କୁ ମହାମହିମଙ୍କ ୧୪ ପ୍ରଶ୍ନଗୁଡ଼ିକ ହେଲା:-
୧- ବିଲ୍ ଆସିବା ପରେ ରାଜ୍ୟପାଳଙ୍କ ପାଖରେ କେଉଁ କେଉଁ ସାମ୍ବିଧାନିକ ବିକଳ୍ପ ରହିଛି ?
୨- ରାଜ୍ୟପାଳ ନିଷ୍ପତ୍ତି ନେବାବେଳେ ମନ୍ତ୍ରୀ ପରିଷଦଙ୍କ ପରାମର୍ଶ ନେବା ବାଧ୍ୟତା ମୂଳକ କି ?
୩- ରାଜ୍ୟପାଳଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ କି ?
୪- ସମ୍ବିଧାନର ଧାରା ୩୬୧ ରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ନ୍ୟାୟିକ ସମୀକ୍ଷା ଅଟକାଇ ପାରିବ କି ?
୫- ରାଜ୍ୟପାଳଙ୍କ ପାଇଁ ସମ୍ବିଧାନରେ ଯଦି ସମୟ ସୀମା ଧାର୍ଯ୍ୟ ହୋଇ ନାହିଁ ତେବେ ଅଦାଲତ ସମୟ ଧାର୍ଯ୍ୟ କରିପାରିବେ କି ?
୬- ଭାରତୀୟ ସମ୍ବିଧାନର ଧାରା ୨୦୧ ଅନୁଯାୟୀ ରାଷ୍ଟ୍ରପତିଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ଯଥାର୍ଥ କି?
୭- ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇ ପାରିବ କି ?
୮- ଅଦାଲତ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ପାଇଁ ସମୟ ସ୍ଥିର କରି ପାରିବେ କି ?
୯- ସୁପ୍ରିମକୋର୍ଟଙ୍କ ରାୟ ନେବା ରାଷ୍ଟ୍ରପତିଙ୍କ ପାଇଁ ବାଧ୍ୟତା ମୂଳକ କି ?
୧୦- ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ସାମ୍ବିଧାନିକ କାର୍ଯ୍ୟ ଏବଂ ନିର୍ଦ୍ଦେଶକୁ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ପରିବର୍ତ୍ତନ କରାଯାଇପାରିବ କି ?
୧୧- ରାଜ୍ୟ ବିଧାନସଭା ଦ୍ୱାରା ପ୍ରସ୍ତୁତ ଆଇନ କ’ଣ ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ସମ୍ମତି ବିନା ପ୍ରଣୀତ ଆଇନ?
୧୨- ଭାରତୀୟ ସମ୍ବିଧାନର ଧାରା ୨୦୦ ଅନୁଯାୟୀ ରାଜ୍ୟପାଳଙ୍କ ଦ୍ୱାରା ସାମ୍ବିଧାନିକ ବିବେଚନାର ପ୍ରୟୋଗ ଯଥାର୍ଥ କି?
୧୩- ସମ୍ବିଧାନର ଧାରା ୧୪୫(୩) ଅନୁସାରେ, କୋର୍ଟର କୌଣସି ଖଣ୍ଡପୀଠ ପାଇଁ ବାଧ୍ୟତାମୂଳକ ନୁହେଁ କି ଯେ କାର୍ଯ୍ୟପନ୍ଥାରେ ଜଡିତ ପ୍ରଶ୍ନ ସମ୍ବିଧାନର ବ୍ୟାଖ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଜଡିତ ଏବଂ ଏହାକୁ ପାଞ୍ଚ ଜଣ ବିଚାରପତିଙ୍କ ଖଣ୍ଡପୀଠକୁ ପଠାଇବା ଆବଶ୍ୟକ ?
୧୪- ଭାରତୀୟ ସମ୍ବିଧାନର ଧାରା ୧୩୧ ଅନୁଯାୟୀ ମାମଲା ବ୍ୟତୀତ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିବାଦ ସମାଧାନ ପାଇଁ ସମ୍ବିଧାନ ସୁପ୍ରିମକୋର୍ଟର କୌଣସି ଅଧିକାରକ୍ଷେତ୍ରକୁ ବାରଣ କରେ କି?
