ଥିରୁଭାନନ୍ତପୁରମ୍‌,୨ା୯: କେରଳର ଅମଲାତାନ୍ତ୍ରିକ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ସ୍ବାମୀଙ୍କ ପରେ ସ୍ତ୍ରୀ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ବିଦାୟୀ ମୁଖ୍ୟ ସଚିବ ଆଇଏଏସ୍‌ ଭି.ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ପି. ବିଜୟନ ନିଜେ ଏହା ପ୍ରକାଶ କରିଛନ୍ତି।

ଭି.ବେଣୁ ଶନିବାର ଅବସର ନେଇଥିଲେ। ଏବେ ବେଣୁଙ୍କ ପରେ ତାଙ୍କ ସ୍ତ୍ରୀ ଆଇଏଏସ୍‌ ଶାରଦା ମୁରଲୀଧରନ ରାଜ୍ୟ ମୁଖ୍ୟ ଶାସନ ସଚିବ ପଦ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଥିଲେ। ବେଣୁଙ୍କ ବିଦାୟ ସମାରୋହରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଅନ୍ୟାନ୍ୟ ଉଦାହରଣ ମଧ୍ୟ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ମଧ୍ୟ କଲେକ୍ଟର ପଦ ପାଇଁ ସ୍ବାମୀ-ସ୍ତ୍ରୀ ଦାୟିତ୍ୱ ଜଣେ ଅନ୍ୟ ଜଣଙ୍କୁ ଦେଇଥିଲେ। କେରଳର ଅମଲାତାନ୍ତ୍ରିକ ଇତିହାସରେ ହୋଇଥିବା ଏହି ବିରଳ ପରିବର୍ତ୍ତନ ଉପରେ ମୁଖ୍ୟ ଶାସନ ସଚିବ ହୋଇଥିବା ସ୍ତ୍ରୀ ଶାରଦା ମୁରଲୀଧରନ୍‌ କହିଛନ୍ତି, ଏହି ମୁହୂର୍ତ୍ତ ତାଙ୍କ ପାଇଁ ଅତ୍ୟନ୍ତ ଅଦ୍ଭୁତ, କାରଣ ତାଙ୍କୁ ତାଙ୍କ ସ୍ବାମୀଙ୍କୁ ବିଦାୟ ଦେବାକୁ ପଡ଼ିବ।

ଶାରଦା କିହଛନ୍ତି, ସେ ଏବଂ ତାଙ୍କ ସ୍ବାମୀ ୩୪ ବର୍ଷ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଭାବରେ ଏକାଠି କାମ କରିଥିଲେ, କିନ୍ତୁ ସେମାନେ କେବେହେଲେ ସେମାନଙ୍କ ସେବାକୁ ଏକାଠି ଛାଡ଼ିବେ ନାହିଁ ବୋଲି କେବେ ଭାବି ନ ଥିଲେ। ସେ କହିଛନ୍ତି, ବର୍ତ୍ତମାନ ମୁଁ ଟିକେ ଚିନ୍ତିତ ଯେ; ମୋ ସ୍ବାମୀଙ୍କ ଅବସର ପରେ ମଧ୍ୟ ମୋତେ ୮ ମାସ ସେବା କରିବାକୁ ପଡ଼ିବ।

Leave a Reply

Your email address will not be published. Required fields are marked *