ଆଜି ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୁକେଶ ମହାଲିଙ୍ଗ, ସାଂସଦ ଶ୍ରୀ ରବିନ୍ଦ୍ର ନାରାୟଣ ବେହେରା ,ମାନ୍ୟବର କୋରେଇ ବିଧାୟକ ଶ୍ରୀ ଆକାଶ ଦାସ ନାୟକ, ମାନ୍ୟବର ବଡ଼ଚଣା ବିଧାୟକ ଶ୍ରୀ ଅମର ନାୟକ , ଧର୍ମଶାଳା ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁ ଏବଂ ଯାଜପୁର ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କ ସହ ମିଶି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଡାଇରିଆରେ ପୀଡିତ ଥିବା ରୋଗୀ ମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଲେ।
ସ୍ୱାସ୍ଥ୍ୟକେନ୍ଦ୍ରର ଦାୟିତ୍ୱରେ ଥିବା ଡାକ୍ତର ଏବଂ ଅନ୍ୟ ଅଧିକାରୀ ମାନଙ୍କ ସହ ହଇଜା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ରୋଗୀ ମାନଙ୍କୁ ଉତ୍ତମ ଚିକତ୍ସା ସେବା ଯୋଗାଇଦେବାକୁ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ଅଫିସ୍ ରେ ଏ ସଂକ୍ରାନ୍ତରେ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ।
ଏହି ଅବସରରେ ବିଜେପି ଜିଲ୍ଲା ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, ପୂର୍ବବତନ ଜିଲ୍ଲା ସଭାପତି ଶ୍ରୀ ଗୈାତମ ରାୟ, ଶ୍ରୀମତୀ ବବିତା ମଲ୍ଲିକ, ଶ୍ରୀ ଉମେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ଏହି ପରିପ୍ରେକ୍ଷୀରେ ମାନସା ପୋଲ ଠାରେ ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ଗୈାତମ ରାୟଙ୍କ ନେତୃତ୍ୱରେ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ ଜଣାଇଥିଲେ।