ଅନ୍ୟପଟେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି କଟର ମେସିନ ସାହାଯ୍ୟରେ ମୃତକଙ୍କୁ ବାହାର କରାଯାଉଛି। ଘଟଣାସ୍ଥଳରେ ଉପଜିଲ୍ଲାପାଳ। ତହସିଲଦାରଙ୍କ ସହ ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।
ସୂଚନା ଅନୁସାରେ, ମିନତୀ ପରିଡା ଶ୍ୱାସ ଓ ଥାଇରଏଡ଼ ରୋଗ ଆକ୍ରାନ୍ତ ହୋଇ ଥିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ଆଣିଥିଲେ । ଆଉଟଡୋରରେ ଥିବା ଡାକ୍ତର ତାଙ୍କୁ ଆଡମିସନ କରିଦେଇଥିଲେ । ଯାହାପରେ ମହିଳା ଜଣଙ୍କୁ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ନେବାକୁ କହିଥିଲେ ହସ୍ପିଟାଲ କର୍ମଚାରୀ । ମହିଳାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଫିମେଲ ମେଡ଼ିସିନ ୱାର୍ଡକୁ ଲିଫ୍ଟରେ ଆଣୁଥିଲେ । ନିଆ ଯାଉଥିବା ସମୟରେ ହଠାତ ସେନ୍ସର ଫେଲ୍ ଯୋଗୁ ଲିଫ୍ଟ ଡୋରରେ ମହିଳା ଜଣଙ୍କ ଚାପି ହୋଇ ମୃତ୍ୟୁବରଣ କରିଥିଲେ ।