ଆସନ୍ତା ୨୦୨୭ ମସିହା ଡିସେମ୍ବର ମାସ ଶେଷ ସୁଦ୍ଧା ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହେବ। ଭୁବନେଶ୍ଵର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଭୂପୃଷ୍ଠ ଉପରିଭାଗରେ ମେଟ୍ରୋ ଟ୍ରେନ ଚଳାଚଳ କରିବ। ଭୂପୃଷ୍ଠ ଉପରେ ଭୂମିଠାରୁ ୧୩ ମିଟର ଉଚ୍ଚରେ ଟ୍ରେନ ଚଳାଚଳ କରିବ। ରାଜମହଲ, ଜୟଦେବବିହାର ଏବଂ ବାରଙ୍ଗରେ ଉଚ୍ଚତା ଅଧିକ ରହିବ। ବର୍ତ୍ତମାନ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଚାଲିଛି। ୫୦ରୁ ୬୦ ଫୁଟ ତଳୁ ମାଟି ନେଇ ପରୀକ୍ଷାଗାରେ ପରୀକ୍ଷା କରାଯାଉଛି। ମାଟି ପରୀକ୍ଷା ସରିବା ପରେ ପ୍ରକଳ୍ପର ଫାଉଣ୍ଡେସନ କାର୍ଯ୍ୟ ଆରମ୍ଭ ହେବ। ସରକାର ୩ଟି କୋଚ୍‌ ଥିବା ୧୩ଟି ମେଟ୍ରୋ ଟ୍ରେନ କିଣିବାକୁ ଯୋଜନା ରଖିଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ପ୍ରତି ୧୦ ମିନିଟ ବ୍ୟବଧାନରେ ମେଟ୍ରୋ ଟ୍ରେନ ଚଳାଚଳ କରିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *