ଆସନ୍ତା ୨୮ ତାରିଖରେ କଟକରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ବୈଠକ ବସିବ। ବୈଠକ ପୂର୍ବରୁ ଭିଜିଲାନ୍ସକୁ ଏସଆଇଟି ତଥ୍ୟ ମାଗିଥିବା ସୂଚନା ମିଳିଛି। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ବାସଭବନରେ ବୈଠକ ହେବ। ଶ୍ରୀ ପଶାୟତଙ୍କୁ ଏସଆଇଟିର ଉପାଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ଯେଉଁ ବଡ଼ ବାବୁମାନେ ଧରାପଡ଼ିଛନ୍ତି ସେମାନଙ୍କ ତଥ୍ୟ ତଲବ କରିଛି ଏସଆଇଟି। ସୂଚନା ଅନୁଯାୟୀ, ୧୧ ଜଣ ଅଧିକାରୀଙ୍କ ତଥ୍ୟ ମଗାଯାଇଛି । ଭିଜିଲାନ୍ସ ଜାଲରେ ପଡିଛନ୍ତି ଅନେକ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ। ତାଲିକା ଲମ୍ବିଚାଲିଛି। ସମସ୍ତ ଦୁର୍ନୀତିଖୋର ସରକାରୀ ବାବୁଙ୍କ ତାଲିକା ମାଗିଛି ଏସଆଇଟି ।
