ଆସନ୍ତା ଅକ୍ଟୋବର ୭ ଏବଂ ଅକ୍ଟୋବର ୧୪ ତାରିଖ ୨ ଦିନ ପାଇଁ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ଅନୁଯାୟୀ; ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ଜରୁରୀ କାର୍ଯ୍ୟ ଥିବାରୁ ଶୁଣାଣି ବନ୍ଦ ରହିବ। ସେହିପରି ୧୪ ତାରିଖରେ ଦୁର୍ଗାପୂଜା ଭସାଣି ଥିବାରୁ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।