୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜି କନଫରେନ୍ସକୁ ଆସି ୩ ଦିନ ଓଡ଼ିଶାରେ ରହିବେ ମୋଦୀ ।ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବାର ସୂଚନା ମିଳିଛି। ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ ଆଇଜି ସମ୍ମିଳନୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ । ଆସନ୍ତା ୨ ମାସ ଭିତରେ ପ୍ରଧାନମନ୍ତ୍ରୀ ୩ ଥର ଓଡ଼ିଶା ଗସ୍ତ କରିବେ ।
ଏ ସଂପର୍କରେ ଆଜି ସୂଚନା ଦେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଡିଜିପି ସମ୍ମିଳନୀରେ ଯୋଗ ଦେବା ପାଇଁ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଆସନ୍ତା ୨୯ରେ ଓଡ଼ିଶାରେ ପହଞ୍ଚି ୩୦ ଓ ୧ ତାରିଖରେ କନଫରେନ୍ସରେ ଯୋଗଦେବେ । ତାଙ୍କ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ମଧ୍ୟ ୩ ଦିନ ରହି କନଫରେନ୍ସରେ ଯୋଗଦେବେ ।