ଅଦିନିଆ ବର୍ଷା ପରେ ଓଡ଼ିଶାରେ ଶୀତ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଜାଡ ସହ ଘନ କୁହୁଡି କରିବ ଅସ୍ତବ୍ୟସ୍ତ । ଘନ କୁହୁଡି ପାଇଁ ଆଜି ଓ କାଲି ପାଇଁ ୬ ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ସେଗୁଡିକ ହେଲା ବରଗଡ଼, ବଲାଙ୍ଗିର, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁରକୁ ୱାର୍ଣ୍ଣିଂ ମିଳିଛି। ୨୪ ଘଣ୍ଟା ଭିତରେ ରାଜ୍ୟରେ ଶୀତ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ୨ରୁ ୪ ଡିଗ୍ରୀ ଯାଏଁ ପାରଦ ଖସିବ ବୋଲି ପାଣିପାଗ ବିଭାଗ କହିଛି।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆସନ୍ତା ୩୧ରେ ବରଗଡ଼, ବଲାଙ୍ଗୀର, ନୂଆପଡା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ଜାଗାରେ ମଧ୍ୟମ ଧରଣର କୁହୁଡି ପଡିବ। କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ।
