
ସେହିପରି ୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର ନିର୍ମାଣ କରାଯିବ । ଭୁବନେଶ୍ୱର ଉପକଣ୍ଠରେ ଥିବା ମଳିପଡା, ଦାସପୁର, ଅନ୍ଧାରୁଆ, ଗୋଠପାଟଣା ଭଳି ଅଞ୍ଚଳକୁ ନେଇ ନୂଆ ସହର ହେବ। ଏହି ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଚଲା ପଥ, ଓପନ ସ୍ପେସ, ଅର୍ଥନୈତିକ ଆକ୍ଟିଭିଟି ବ୍ୟବସ୍ଥା ରହିବ । ନୂଆ ସହର ମଧ୍ୟରେ ଶିଳ୍ପ ସଂସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ନୂଆ ସହର ନିର୍ମାଣ ପାଇଁ ସିଙ୍ଗାପୁର ସରକାର ଡ୍ରଇଂ ଏବଂ ଡିଜାଇନ ପ୍ରସ୍ତୁତ ପାଇଁ ଦାୟିତ୍ୱ ନେଇଛନ୍ତି। ଦୋଲେରା ଗିଫ୍ଟ ସିଟି ଢାଞ୍ଚାରେ ଏହାର ନିର୍ମାଣ ହେବା ନେଇ ଚିନ୍ତା କରାଯାଉଛି । ସିଙ୍ଗାପୁର ଡିପିଆର ପ୍ରସ୍ତୁତ କରୁଥିବାବେଳେ ଆବଶ୍ୟକ ଅର୍ଥ ଯୋଗ ଦିଆଯାଇଛି । ଆସନ୍ତା ଏକରୁ ଦୁଇ ମାସ ଭିତରେ ରାଜ୍ୟ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର । ସହର ବୃଦ୍ଧି ସହ ସହରକୁ ରି-ଡେଭଲପମେଣ୍ଟ ମଧ୍ୟ କରିବାକୁ ଆମେ ଯୋଜନା କରୁଛୁ।
