ଯାଜପୁର: ଭାରତୀୟ ଜନତା ପାର୍ଟି, ଯାଜପୁର ନିର୍ବାଚନ ମଣ୍ଡଳୀର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ମକେଇପୁର କାର୍ଯ୍ୟାଳୟ ପରିସରରେ ଏକ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି।

ସାଂସଦ ରବିନ୍ଦ୍ର ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥିଭାବେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୈାତମ ରାୟ ଯୋଗ ଦେଇଥିଲେ।

ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ୍ତ କୁମାର ପଣ୍ଡା, ସମ୍ପାଦକ ସୁରଜଲାଲ ସାମଲ, ମଣ୍ଡଳ ସଭାପତି ମନ୍ମଥ ବରାଳ,ଜିତାମିତ୍ର ଦାସ, ସୁରେଶ କୁମାର ରାଉତ , ଯୁବ ନେତା ଶକ୍ତି ସୈାରଭ ମହାପାତ୍ର, ଜିତେନ୍ଦ୍ର ବେହେରା, ହୃଷୀକେଶ ମେକାପ ଆଦି ଏହି ଶିବିରକୁ ସଂଯୋଜନା କରିଥିଲେ।

ଏହି ଶିବିରରେ ୬୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ସମସ୍ତ ରକ୍ତଦାତାଙ୍କୁ ଅତିଥିବୃନ୍ଦ ହୃଦୟରୁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *