ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ପଦ ଛାଡିବେ ଅରବିନ୍ଦ କେଜ୍ରିଓ୍ବାଲ। ଦୁଇ ଦିନ ପରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ସବୁ ଅଗ୍ନି ପରୀକ୍ଷା ଦେବାକୁ ପ୍ରସ୍ତୁତ ଅଛି। ମୁଁ ଏବଂ ସିସୋସିଆ ଜନତାଙ୍କ ପାଖକୁ ଯିବୁ। ଏବଂ ଜନତା ଯାହା ନିଷ୍ପତ୍ତି ନେବେ ତାହା ହେବ। ଜନତା ନିଜ ନିଷ୍ପତ୍ତି ନ ଜଣାଇବା ଯାଏଁ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେନି। ଏପରିକି ମନୀଷ ସିସୋଦିଆ ମଧ୍ୟ ମୁଖ୍ୟମନ୍ତ୍ରୀ ହେବେନାହିଁ। ନିର୍ବାଚନ ଯାଏଁ ଆପ୍ର ଅନ୍ୟ ଜଣେ ନେତା କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ରହିବେ। ନଭେମ୍ବର ମାସରେ ମହାରାଷ୍ଟ୍ର ସହ ଦିଲ୍ଲୀ ନିର୍ବାଚନ କରିବାକୁ ଦାବି କରାଯାଇଛି। ବର୍ତ୍ତମାନ ସିବିଆଇ ମାମଲାରେ ଜାମିନ୍ ରେ ଅଛନ୍ତି କେଜ୍ରିଓ୍ବାଲ୍। ସେପଟେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଏଭଳି ନିଷ୍ପତ୍ତିକୁ ପିଆର୍ ଷ୍ଟଣ୍ଟ ବୋଲି କହିଛି ବିଜେପି। ଆହୁରି ମଧ୍ୟ ବିଜେପି କହିଛି ଆପ୍ ଦୁର୍ନୀତିରେ ବୁଡି ରହିଛି।

