ଯାଜପୁର ଜିଲ୍ଲା ବଡ଼ଚଣାରେ ବିଜେଡିରେ ମଧ୍ୟ ଦେଖିବାକୁ ମିଳିଛି ବିବାଦ। ଅକ୍ଟୋବର ୨  ତାରିଖ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ କରାଯାଇଥିବା ଜନ ସମ୍ପର୍କ ପଦଯାତ୍ରା ବେଳେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର।

ଦଳୀୟ ନେତା ଏବଂ କର୍ମୀ ଭିନ୍ନ ଭିନ୍ନ ଗୋଷ୍ଠୀରେ ଆସି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିବା ପରେ ବର୍ଷା ପ୍ରିୟଦର୍ଶିନୀ ନିଜ ସମର୍ଥକଙ୍କ ସହ ଆସି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ସେହିପିର ବିଜେଡି ବ୍ଲକ ସଭାପତି ଅରବିନ୍ଦ ସାମଲ ଦଳୀୟ କର୍ମୀଙ୍କୁ ସାଙ୍ଗରେ ଧରି ପୁଷ୍ପ ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ପରେ ବଡ଼ଚଣାରେ ବିଜେଡି ୩ ଫାଳ ହୋଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *