ଆସନ୍ତା ନଭେମ୍ବର ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ରାଉରକେଲା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିବା ସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ବିର୍ସା ମୁଣ୍ଡା ଆଥଲେଟିକ୍‌ ଷ୍ଟାଡିୟମରେ ଆୟୋଜିତ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଆଜି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନଭେମ୍ବର ୧୫ରେ ସ୍ବତନ୍ତ୍ର ବିମାନରେ ଦିଲ୍ଲୀରୁ ବାହାରି ପୂର୍ବାହ୍ନ ୧୧ଟାରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ। ପୂର୍ବାହ୍ନ ୧୧ଟା ୧୦ରେ ଝାରସୁଗୁଡ଼ାରୁ ସ୍ବତନ୍ତ୍ର ହେଲିକପ୍‌ଟର ଯୋଗେ ବାହାରି ସାଢ଼େ ୧୧ଟାରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚିବେ।

Leave a Reply

Your email address will not be published. Required fields are marked *