ଭୁବନେଶ୍ୱରର ମେ ଫେୟାର ହୋଟେଲ ନିକଟରୁ ସିବିଆଇ ରେଡ ସମୟରେ ଏକ ଦାମୀ ଗାଡ଼ିରୁ ବାହାରିଛି ନଗଦ ଏକ କୋଟିରୁ ଅଧିକ ଟଙ୍କା । ଗାଡି ନମ୍ବର OD-05-BV-9999 ରୁ ଜବତ ହୋଇଛି ଏହି ଟଙ୍କା। ବର୍ତମାନ ଏତେ ଟଙ୍କା କୋଉଠୁ ଆସିଲା ଏବଂ କେଉଁଠାକୁ ଯାଉଥିଲା ଅସ୍ପଷ୍ଟ ରହିଛି।

ରେଡ ସମୟରେ ଗାଡ଼ିରେ ଥିବା ଚାରି ଜଣଙ୍କୁ ନୟାପଲ୍ଲୀ ପୁଲିସ ଷ୍ଟେସନରେ ଅଟକ ରଖି ସିବିଆଇ ପଚରାଉଚରା ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ମାନେ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ର । ଏମାନେ ବଡ଼ ଧରଣର ଟଙ୍କା ହେରଫେର ଘଟଣାରେ ସଂପୃକ୍ତ ବୋଲି ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କଠାରୁ ୧୦୦ କୋଟି ଟଙ୍କାର ଏକ କାମ ପାଇବା ପାଇଁ ଏହି ସଂସ୍ଥା କଥାବାର୍ତ୍ତା କରୁଥିବା ଖବର ପାଇ ମେ’ ଫେୟାର ଆଗରେ ସିବିଆଇର ଟିମ୍ ଛକି ରହିଥିଲେ । ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡକୁ ସରକାରୀ ଅନୁଗ୍ରହ ଦେବା ପଛରେ ଜଣେ ବରିଷ୍ଠ ତଥା ପ୍ରଭାବଶାଳୀ ଅଧିକାରୀଙ୍କର ସଂପୃକ୍ତି ରହିଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *