
ସୂଚନା ଯୋଗ୍ୟ; ଶାସନ କାଳରେ ୧୨,୭୪୮ ଶ୍ରେଣୀଗୃହ/କୋଠା ନିର୍ମାଣରେ ୨,୦୦୦ କୋଟି ଟଙ୍କାର ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ସେତେବେଳେ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ଏବଂ ସତ୍ୟେନ୍ଦ୍ର ଜୈନ ପିଡବ୍ଲ୍ୟୁଡି ମନ୍ତ୍ରୀ ଥିଲେ । ଏହି ପ୍ରକଳ୍ପ ଆମ ଆଦମୀ ପାର୍ଟି ସହିତ ଜଡିତ କିଛି ଠିକାଦାରଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ଅତ୍ୟଧିକ ଖର୍ଚ୍ଚ ପାଇଁ ଉଭୟଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।
ପୂର୍ବରୁ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ବିରୁଦ୍ଧରେ ଏବଂ ମନି ଲଣ୍ଡରିଂ ମାମଲାରେ ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ତଦନ୍ତ ପୂର୍ବରୁ ଚାଲିଛି । ଏହି ମାମଲାରେ ଉଭୟ ନେତା ଜେଲ ଯାଇ ଜାମିନରେ ଫେରିଛନ୍ତି ।
