
ଭୁବନେଶ୍ୱରକୁ ଭିଡ଼ ମୁକ୍ତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଆଜି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ, ଭୁବନେଶ୍ୱର ସହରକୁ ଭିଡ଼ ମୁକ୍ତ କରିବାକୁ ଜୁନ ୧୨ ରେ ଏକାଧିକ ରାସ୍ତା ଏବଂ ପ୍ରକଳ୍ପର ଶିଳାନ୍ୟାସ ହେବ, ନୂଆ ଟେକ୍ନୋଲୋଜିରେ କାମ ହୋଇ ଅଢ଼େଇ ବର୍ଷରେ କାମ ସରିବ ବୋଲି ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ।
ସେ ପୁଣି କହିଛନ୍ତି ଯେ ଲେଫ୍ଟ ଓ ରାଇଟ ପାରାଲାଲ ରାସ୍ତା କାମ ଆରମ୍ଭ ହେବ । ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଟ୍ରାଫିକ ଲାଇଟ୍ ମୁକ୍ତ ହେବ । ରାସ୍ତା ଟ୍ରାଫିକ ଲାଇଟ ହଟାଇ ଯେଉଁ ଟେକ୍ନୋଲୋଜି ବ୍ୟବହାର କରାଯିବ ସେ ନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
