
ସେ କହିଛନ୍ତି ଠାକୁରଙ୍କ ଚାପ ଖେଳ ପାଇଁ ମରାମତି କାମ ଏବେ ବନ୍ଦ ରହିଛି । ଠାକୁର ରଥକୁ ଆସିଲେ ମରାମତି କାମ ଆରମ୍ଭ ହେବ ଓ ସରିବ । ରଥଯାତ୍ରାରେ ଗର୍ଭଗୃହରେ ଯେଉଁ ମରାମତି କାମ ହୁଏ ସମୀକ୍ଷା ହୋଇଛି । ଏଏସଆଇ ଡ଼ିଜି ଏବଂ ତାଙ୍କ ଟିମ୍ ଶ୍ରୀ ମନ୍ଦିର ମରାମତି କାମ ସହ ରତ୍ନଭଣ୍ଡାର କାମର ସମୀକ୍ଷା କରିଛନ୍ତି । ଠାକୁରଙ୍କ ନୀତିକାନ୍ତି ଉପରେ ଗୁରୁତ୍ୱ ଦିଆଯାଉଛି । ମରାମତି ସମୟରେ ଯେପରି ଠାକୁରଙ୍କ ନୀତିକାନ୍ତିରେ କୌଣସି ବାଧା ନଉପୁଜେ ତାହା ଉପରେ ବିଶେଷ ଭାବେ ଦୃଷ୍ଟି ଦିଆଯାଇଛି ।
