
ସେ ଦେଶ ସହ ଜଡିତ ସମ୍ବେଦନଶୀଳ ସୂଚନା ପାକିସ୍ତାନକୁ ପଠାଉଥିବା ନେଇ ଜଣାପଡିଛି । ଏ ନେଇ ଯବାନ ଜଣକ ଟଙ୍କା ପାଉଥିଲେ। ସେ ଏହି କାମ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲେ। ଯାହାକୁ ନେଇ ଏନଆଇଏ ବର୍ତ୍ତମାନ ସିଆରପିଏଫ ଯବାନଙ୍କୁ ପଚରାଉଚରା ଆରମ୍ଭ କରିଛି।
ସୂଚନା ଯୋଗ୍ୟ; ସିଆରପିଏଫ ଯବାନ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଜଣେ ପାକିସ୍ତାନୀ ଗୁପ୍ତଚର ଅଧିକାରୀଙ୍କ ସମ୍ପର୍କରେ ଆସିଥିଲେ। ଯବାନ ଜଣକ ସୋସିଆଲ ମିଡିଆ ମାଧ୍ୟମରେ ଦେଶ ସହ ଜଡିତ ଗୁପ୍ତ ସୂଚନା ପଠାଇବା ଆରମ୍ଭ କରିଥିଲେ। ଏଥିପାଇଁ ତାଙ୍କୁ ଟଙ୍କା ମଧ୍ୟ ମିଳିଥିଲା। ଅପରେସନ ସିନ୍ଦୂର ପରେ, ଦେଶରୁ ଅନେକ ଗୁପ୍ତଚର ଧରାପଡ଼ିଛନ୍ତି। ନିକଟରେ ଜ୍ୟୋତି ମାଲହୋତ୍ରା ନାମକ ଜଣେ ୟୁଟ୍ୟୁବରଙ୍କୁ ମଧ୍ୟ ଗୁପ୍ତଚର ଅଭିଯୋଗରେ ଗିରଫ କରାଯାଇଥିଲା।
