
ପ୍ରଭାବିତ ଅଂଶଟି ମୁଖ୍ୟତଃ ଏକ ମାଲ ପରିବହନ କରିଡର କିନ୍ତୁ ଲାଇନଚ୍ୟୁତ ହେବା ଫଳରେ କିଛି ଯାତ୍ରୀ ସେବା ମଧ୍ୟ ପ୍ରଭାବିତ ହୋଇଛି। ବିଶାଖାପାଟଣା ଏବଂ କିରନ୍ଦୁଲ ମଧ୍ୟରେ କିଛି ଯାତ୍ରୀବାହୀ ଟ୍ରେନ୍କୁ ବିଜୟନଗରମ୍ ଓ ରାୟଗଡ଼ା ମାର୍ଗରେ ଗତି ପରିବର୍ତ୍ତନ କରାଯାଇଛି। ଯାହା ଦ୍ଵାରା ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହେବ ନାହିଁ।
ସୂଚନାଯୋଗ୍ୟ ମାଲବାହୀ ଟ୍ରେନ୍ କିରୋଣ୍ଡୁଲ ଠାରୁ ଲୁହା ପଥର ନେଇ ବିଶାଖାପାଟଣା ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଛି । କିରୁଣ୍ଡୁଲ ରୁ ଲୁହାପଥର ବୋଝେଇ କରି ବିଜୟୱାଡ଼ା ଅଭିମୁଖେ ଯାଉଥିଲା ମାଲ ବୋଝେଇ ଟ୍ରେନ । ବିଶାଖାପାଟଣାରୁ କିରୁଣ୍ଡୁଲ କୁ ଟ୍ରେନ ଚଳା ଚଳ ବନ୍ଦ ରହିଛି । ବିଶାଖା ପାଟଣା ରୁ କିରୁଣ୍ଡୁଲ ରାୟଗଡ଼ା ଦେଇ ଦିନ ବେଳା ଓ ରାତ୍ରୀ କାଳୀନ ଗାଡ଼ି ଚଳା ଚଳ କରିବ ବୋଲି ରେଳ ବିଭାଗ ସୂତ୍ରରୁ ସୂଚନା ମିଳିଛି । କୌଣସି କ୍ଷୟ କ୍ଷତି ହୋଇନଥିବା ଜଣାପଡିଛି। ବିଭାଗୀୟ ଅଧିକାରୀ ବୈଷୟିକ ଟିମ୍ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଲାଇନଚ୍ୟୁତ ବଗି ରେଳଧାରଣାରୁ ହଟାଇ ମରାମତି କାର୍ଯ୍ୟ ଆରମ୍ଭ କରାଯାଇଛି ।
