
ଇସ୍ତଫା ଦେବା ପରେ ପ୍ରୟାସକାନ୍ତି ଗଣମାଧ୍ୟମକୁ କହିଛନ୍ତି ବ୍ୟକ୍ତିଗତ କାରଣରୁ ମୁଁ ଦଳରୁ ଇସ୍ତଫା ଦେଇଛି । ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛି । କୌଣସି ଦଳରେ ନ ରହି ଲୋକଙ୍କ ସେବା ଜାରି ରହିବ । ବର୍ତ୍ତମାନ ପାଇଁ ଅନ୍ୟ ପାର୍ଟିକୁ ଯିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ । କିନ୍ତୁ ସମୟ କହିବ କେଉଁ ଦଳକୁ ଯିବି । ମୋର କମ୍ ବୟସରେ ବିଜେଡି ମୋତେ ସୁଯୋଗ ଦେଇଛି । ଦଳ ଛାଡ଼ିବା ନେଇ ବାପା ପ୍ରଫୁଲ୍ଲ ସାମଲଙ୍କୁ ଅବଗତ କରିନାହିଁ ।
ସୂଚନା ଯୋଗ୍ୟ; ୨୦୦୧ ମସିହାରୁ ପ୍ରୟାସକାନ୍ତି ବିଜେଡି ଦଳରେ ସାମିଲ ଥିଲେ । ୨୦୦୩ ମସିହାରେ ପ୍ରୟାସକାନ୍ତି ଭଦ୍ରକ ପୌରପାଳିକାର ଅଧ୍ୟକ୍ଷ ଭାବେ ର୍ନିବାଚିତ ହୋଇଥିଲେ। ଏହା ସହିତ ସେ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ହେଲେ କିଛି ଦିନ ହେଲା ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାକୁ ନେଇ ସେହ ଚର୍ଚ୍ଚିତ ହୋଇଥିଲା।
