ଭୁବନେଶ୍ଵର: ବିଗିଡ଼ିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ଵାସ୍ଥ୍ୟ। ତାଙ୍କୁ ଭୁବନେଶ୍ଵର ସ୍ଥିତ ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡିହାଇଡ୍ରେସନ ହେତୁ ରବିବାର ସନ୍ଧ୍ୟା ୫ଟା ୧୫ ମିନିଟ୍ରେ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ସୁସ୍ଥ ହେଉଥିବା ଜଣା ଯାଇଛି।

