
ବ୍ରହ୍ମପୁରରେ ଗୁଳିମାଡ । ବ୍ରହ୍ମପୁର ସହରର ବ୍ରହ୍ମନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍ରେ ଆସି ଦୁର୍ବୃତ୍ତ ମାନେ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ ।
ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ପୀତବାସ ପଣ୍ଡା ରାଜ୍ୟ ଆଇନ୍ଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ । ଦୁର୍ବୃତ୍ତ ମାନେ ଫେରାର ଥିବାବେଳେ ପୋଲସ ସେମାନଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଦେଇଛି ।
