
ପୂର୍ବରୁ କେବଳ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ହୋଇଥିଲା। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସବୁ ମହଲରୁ ପ୍ରଶାସନକୁ କରାଯାଇଥିଲା ଅନୁରୋଧ। ଆଜି ହାଇକୋର୍ଟ ଉପର ପଡ଼ିଆରେ ବାଲିଯାତ୍ରା କରିବାକୁ ଅନୁମତି ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ କରିବାରେ କୌଣସି ପ୍ରତିବନ୍ଧକ ନାହିଁ। ପ୍ରଶାସନ ଚାହିଁଲେ ଉପର ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ କରିପାରିବ ବୋଲି କୋର୍ଟ ସ୍ପଷ୍ଟ ମତ ଦେଇଛନ୍ତି। କୋର୍ଟ କେବେ ମଧ୍ୟ ଉପର ପଡ଼ିଆରେ ବାଲିଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇନଥିଲେ। ତତ୍କାଳୀନ ଡିସିପିଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଅନୁସାରେ, ଉପର ପଡ଼ିଆରେ ବାଲିଯାତ୍ରା ହେଲେ କିଛି ସମସ୍ୟା ହୋଇପାରେ ବୋଲି ଉଲ୍ଲେଖ ଥିଲା।
ଉଚ୍ଚ ନ୍ୟାୟାଳୟ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଛନ୍ତି ଯେ, ଉପର ପଡ଼ିଆରେ ଉଠା ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ତେବେ ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ନିଷ୍ପତ୍ତି ଗ୍ରହଣ କଲେ ହାଇକୋର୍ଟ। ଆମ୍ବୁଲାନ୍ସର ମାଗଣା ପାସ୍ ପାଇଁ ସବୁଜ କରିଡର କରନ୍ତୁ ଏବଂ ସ୍କୁଲ ବସ୍ର ସୁରକ୍ଷା, ସୁରକ୍ଷା ଏବଂ ସୁଗମ ଚଳାଚଳ ସୁନିଶ୍ଚିତ କରନ୍ତୁ।
