Oplus_131072

ୱାୟାନାଡ: କେରଳର ୱାୟାନାଡ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବଡ଼ ଧରଣର ଭୂସ୍ଖଳନ ଘଟିବା ପରେ ଶତାଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି। ଭୂସ୍ଖଳନ ସହ ବର୍ଷା ହେତୁ ପ୍ରାୟ ୧୧ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି। ମଙ୍ଗଳବାର ସକାଳେ ମେପ୍ପାଡି ନିକଟରେ ଏହି ଘଟଣା ଘଟିଛି। ସବିଶେଷ ତଥ୍ୟ ଅନୁଯାୟୀ, ପ୍ରଥମ ଭୂସ୍ଖଳନ ପ୍ରାୟ ରାତି ୨ଟା ସମୟରେ  ଘଟିଥିଲା। ପରେ, ସକାଳ ପ୍ରାୟ ୪.୧୦ ସମୟରେ ଜିଲ୍ଲାରେ ଆଉ ଏକ ଭୂସ୍ଖଳନ ହୋଇଥିଲା। ୧୧ ଜଣଙ୍କର ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *