Oplus_131072
ଭୁବନେଶ୍ୱର,୨୦।୮: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ଏଥିପାଇଁ ମମତା ମହାନ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡିରେ ଥିବାବେଳେ ମମତା ରାଜ୍ୟ ସଭାର ଏମପି ଥିଲେ। ଏବେ ତାଙ୍କୁ ଭାଜପା ପକ୍ଷରୁ ସେହି ପଦ ପାଇଁ ପ୍ରାର୍ଥୀ କରାଯାଇଛି।

ଯେଉଁ ପଦରୁ ଇସ୍ତଫା ଦେଇଥିଲେ ଏବେ ପୁଣି ସେହି ପଦ ପାଇଁ ପ୍ରାର୍ଥୀ ହେଲେ । ପଦବୀ ଏକା କିନ୍ତୁ ଦଳ ଅଲଗା । ଅର୍ଥାତ ପୁଣି ରାଜ୍ୟ ସଭା ପ୍ରାର୍ଥୀ ହେଲେ ମମତା ମହନ୍ତ । ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟ ସଭାକୁ ଯାଇଥିବା ମମତା ମହନ୍ତ ନିକଟରେ ଉଭୟ ବିଜେଡି ଓ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ । ଆଉ ତା ପରଦିନ ହିଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବେ ଦଳ ତାଙ୍କୁ ପୁଣି ଟିକେଟ୍‌ ଦେଇଛି। ଦଳରେ ମିଶୁ ମିଶୁ ପୁଣି ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି ।

ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ତେଣୁ ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ମମତା। ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ନେତା ଅଟନ୍ତି ମମତା।

Leave a Reply

Your email address will not be published. Required fields are marked *